Skip to main content

Odia Lokabani - ଓଡ଼ିଆ ଲୋକବାଣୀ #Part 1


ଲୋ ବା ଣୀ
ପ୍ରଥମ ଅଧ୍ୟାୟ - PART I
ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।

ପ୍ରତ୍ୟେକଭାଷାରେ ଲୋକବାଣୀର ପ୍ରଚଳନ ଅଛି। କେତେକ କ୍ଷେତ୍ରରେ ଏହାର ଭାବଗତ ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ମିଳେ। ଯଥା - ଇଂରାଜୀରେ 'Might is right' ଓଡ଼ିଆରେ 'ଜୋର ଯାର ମୁଲକ ତାର' ହିନ୍ଦୀରେ 'नाच् न जाने आगंन् टेढ़ा' - ଓଡ଼ିଆରେ 'ଚାଲି ନଜାଣି ବାଟର ଦୋଷ' -  ଏହିପରି କୁହାଯାଏ।

ଉଦାହରଣ-
1.     ଅଳପଧନ ବିକଳ ମନ                   -    
ଦରିଦ୍ରଲୋକର ଚିନ୍ତା

2.     ଅତିଭକ୍ତି ଚୋରର ଲକ୍ଷଣ                -    
କାର୍ଯ୍ୟହାସଲ ଉଦ୍ଦେଶ୍ୟରଖି ଉପରକୁ ବିନମ୍ରଭାବ ଦେଖାଇବା

3.     ଅଣ୍ଟିଛୁରୀ ତଣ୍ଟିକାଟେ                     -    
ଆତ୍ମୀଯଲୋକ ଶତ୍ରୁତା ଆଚରଣକରିବା

4.     ଅଠା କାଠିରେ ପଡ଼ିବା                   -    ଅସୁବିଧାପରିସ୍ଥିତିର ସମ୍ମୁଖୀନହେବା





5.     ଅଳ୍ପବିଦ୍ୟା ଭୟଙ୍କରୀ                     -    
ସାମାନ୍ୟ ଜ୍ଞାନ ପ୍ରୟୋଗର ପରିଣାମ

6.     ଆକାଳେ ନିୟମ ନାସ୍ତି                   -    
ଅସୁବିଧା ସମୟରେ ନିୟମମାନି ଚଳିବା ସମ୍ଭବ ହୋଇନପାରେ

7.     ଅନ୍ଧଦେଶକୁ ଗଲି ଦର୍ପଣ ବିକି           -    
ମୂର୍ଖଙ୍କ ଆଗରେ ତତ୍ତ୍ୱକଥା କହିବା

8.     ଅଳସୁଆର ବାରବାଟୀ ଚାଷ             -   
ନିକମା ବା ଅଳସୁଆ ଲୋକର ବୃଥା ଆସ୍ଫାଳନ

9.     ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏମୂଳ ସହିତ    -     ପାପଅର୍ଜିତ ଧନ ସମୂଳ ନଷ୍ଟ ହୂଏ

10. ଅଦାବେପାରୀ ଜାହାଜମୂଲ              -    
ଅନଧିକାର ଚର୍ଚ୍ଚା

11. ଅତିପରିଚୟେ ଗୌରବନଷ୍ଟ             -    
ଅଧିକ ସଂପର୍କ ବା ମିଳାମିଶାରେ ସମ୍ମାନ ହ୍ରାସପାଏ

12. ଅନ୍ଧଥରେ ବାଡ଼ିହଜାଏ                   -    
ଅଭିଜ୍ଞତାରୁ ସତର୍କହେବା ବା ଶିକ୍ଷା ଲାଭ କରିବା

13. ଧୁଆ ମୂଳା ଅଧୁଆମୂଲା ସମାନ         -    
ଯେଉଁଠି ଭଲମନ୍ଦ ବା ଉତ୍କୃଷ୍ଟ ନିକୃଷ୍ଟର ବିଚାର ହୁଏନା

14. ଅମୃତ ହାଣ୍ଡିରେ ବିଷ କଣିକା            -    ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟକରେ








15. ଅଣ୍ଟାରେ ନଥାଏ ଧନ, ପୁଅବାହା 
କରିବାକୁ ମନ                            -    

ନିଜର ସାମର୍ଥ୍ୟଠାରୁ ଅତ୍ୟଧିକ ଖର୍ଚ୍ଚ କରିବାର ଯୋଜନା

16. ଆପେ ବଞ୍ଚିଲେ ବାପର ନାଁ              -   
ଅନ୍ୟକଥା ଚିନ୍ତାନକରି ନିଜକୁ ରକ୍ଷା କରିବା (ସ୍ୱାର୍ଥପରତା)

17. ଆୟଦେଖି ବ୍ୟୟ                        -    
ମିତବ୍ୟୟଈ ହେବା

18. ଆ ବଳଦ ମତେ ବିନ୍ଧ                    -    
ନିଜେ ନିଜେ ବିପଦକୁ ଡାକିଆଣିବା

19. ଆଲୋସଖି, ଆପଣାମହତ ଆପେରଖି -   
ନିଜ ସମ୍ମାନ ନିଜ ହାତରେ

20. ଆଲୋ ମଉସା, ଜଡ ପଇସା           -    
ଅର୍ଥହିଁ ସବୁର ମୂଳା

21. ଆଗତ ଚଢ଼େଇକି ବେସରବଟା         -    
ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି

22. ଆଲ୍ଲା ଦିଅନ୍ତିତ ଛପରଫାଡି ଦିଅନ୍ତି      -    
ଈଶ୍ୱର ଦୟାକଲେ ମଣିଷ ଆଶାତୀତ ଫଳପାଏ

23.  ଆକାଶ କଇଁଆ ଚିଲିକାମାଛ           -    
ଅସମ୍ଭବ କଥା କଳ୍ପନା କରିବା

24. ଆପଣା ଶିଙ୍ଗରେ ଭୂଇଁ ତାଡ଼ିବା          -    
ନିଜକୁ ନିଜେ ସମର୍ଥ ହେବା

25.  ଆଖୁ କିଆରିରେ ପଶିବା                -    
କୌଣସି କାର୍ଯ୍ୟ ଉତ୍ତମରୂପେ ନିର୍ଣ୍ଣୟ କରିନପାରିବା

26. ଈଶ୍ୱର ଯାହାକରନ୍ତି ପ୍ରାଣୀର ମଙ୍ଗଳପାଇ    -    
ଈଶ୍ୱର ମଙ୍ଗଳମୟ ଏହି ଧାରଣା

27. ଉଡ଼ିଗଲା ଚଢେଇର ପର ଗଣିବା       -    
ଅତିବୁଦ୍ଧିଆ


28. ଉପର ସୁନ୍ଦର ଭିତର ଫମ୍ପା/
ଉପର ଚିକ୍କଣ ଭିତର ଫମ୍ପା              -    

ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା


29. ଉପରେ କେଡ଼େ ସୁନ୍ଦର
ଭିତର ପୋଡ଼ା ଅଙ୍ଗାର/ 
ମହାକାଳଫଳ କେଡ଼େ ସୁନ୍ଦର ଭିତର
ଦେଖିଲେ ପୋଡ଼ାଅଙ୍ଗାର                -    

ଉପରେ ଭଲକଥା, ଭିତରେ କପଟସ୍ୱବାବ

30. ଋଷି ଜଟା ଛିଣ୍ଡାଇବା                    -    
ସହନଶୀଳ ଲୋକମଧ୍ୟ ଯେଉଁକଥା ସହିନପାରେ



Click Here to read:-

Kindly Share this post with your dear friends.



Credit: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ

Comments

Popular posts from this blog

Odia Lokabani - ଓଡ଼ିଆ ଲୋକବାଣୀ #Part 2

ଲୋ କ ବା ଣୀ PARRT - II - ଦ୍ୱିତୀୟ ଭାଗ ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।

Interesting facts about ODISHA in Odia language #1

ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦା ମୁଖ୍ୟତଃ ଓଡ଼ିଆ ରେ କଥାବାର୍ତା ହୋଇଥାନ୍ତି। ଅନେକ କୌତୁକିଆ ଖବର ଓଡିଶା ବିଷୟରେ ପୃଥିବୀର ଅନେକ ସ୍ଥାନରେ ବାହାରି ଥାଏ। ସେହିପରି କିଛି ମଜାଦାର ସୁଚନା ଆପଣ ଏଠାରେ ଜାଣିବାକୁ ପାଇବେ। ବିଡ଼ିଓ ଟି ଭଲ ଲାଗିଲେ, ଆପଣଙ୍କ ସାଙ୍ଗ ମାନଙ୍କ ସହ share କରିବାକୁ ଭୁଲିବେନି। ଧନ୍ୟବାଦ।