Skip to main content

Odia Lokabani - ଓଡ଼ିଆ ଲୋକବାଣୀ #Part 2

ଲୋ ବା ଣୀ

PARRT-II - ଦ୍ୱିତୀୟ ଭାଗ

ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।


ପ୍ରତ୍ୟେକଭାଷାରେ ଲୋକବାଣୀର ପ୍ରଚଳନ ଅଛି। କେତେକ କ୍ଷେତ୍ରରେ ଏହାର ଭାବଗତ ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ମିଳେ। ଯଥା - ଇଂରାଜୀରେ 'Might is right' ଓଡ଼ିଆରେ 'ଜୋର ଯାର ମୁଲକ ତାର' । ହିନ୍ଦୀରେ 'नाच् न जाने आगंन् टेढ़ा' - ଓଡ଼ିଆରେ 'ଚାଲି ନଜାଣି ବାଟର ଦୋଷ' - ଏହିପରି କୁହାଯାଏ।





1. ଏକା ମାଘକେ ଶୀତ ଯାଏ ନାହିଁ - 
ସୁଯୋଗ କିମ୍ୱା ଦୁର୍ଯୋଗ କେବଳ ଥରେ ଆସେ ନାହିଁ

2. ଏ ବର୍ଷର ମଳୁ, ଆରବର୍ଷକୁ ବଇଦ - 
ଅଭିଜ୍ଞତାରୁ ଶିକ୍ଷାଲାଭ

3. ଏକା ତୁଣ୍ଡରେ ଉଆ ଉଷୁନା - 
ଜଣଙ୍କ ମୁହଁରେ ଦୁଇଟି ବିପରୀତ କଥା

4. ଏଇମନ ବୃନ୍ଦାବନ / ମନଦୃଢ କଲେ
ଗାଡିଆ ଗଙ୍ଗା - 
ଅତିଶୟ ନିଷ୍ଠା/ ମନର ଦୃଢତା କାର୍ଯ୍ୟସାଧନରେ ସହୟକ ହୁଏ

5. ଏ ମନ ଖୋଜୁଥାଏ ଯାହା,
କାଳେ ପ୍ରାପତ ହୁଏ ତାହା - 
ବିଳମ୍ୱହେଲେ ମଧ୍ୟ ମନଅନୁସାରେ ଫଳ ମିଳେ

6. ଓଟ ମୁହଁରେ ଜିରା - 
ଅଧିକ ଚାହୁଁଥିବା ଲୋକକୁ ଖୁବ୍ କମଦେବା

7. ଓଧ ସାଙ୍ଗରେ ବଣଭୁଆ ବାଇ - 
ସମର୍ଥଲୋକ ସହିତ ଅସମର୍ଥ ଲୋକ (ଉତ୍ତଳା)
ବାଉଳା ହେବା

8. ଓଷଦରାଗରେ ତାଟିଆ କାମୁଡ଼ିବା - 
ପ୍ରକୃତ ଲୋକ ବିରୋଧରେ କିଛି କରିନପାରି ଅନ୍ୟ ଉପରେ ଦଉସାଧିବା

9. ଓଷଦରାଗରେ ତାଟିଆ କାମୁଡ଼ିବା - 
ପ୍ରକୃତ ଲୋକ ବିରୋଧରେ କିଛି କରିନପାରି ଅନ୍ୟଉପେର ଦାଉସାଧିବା

10. ସୂତା ମାଜିଲେ ସରୁ,
କତା ମାଜିଲେ ମୋଟ - 
ଗୋଟିଏ କଥାକୁ ଧରି ବସିଲେ ଗୁରୁତର ହୁଏ

11. କଷ୍ଟକଲେ କୃଷ୍ଣମିଳେ - 
ସବୁ ସିଦ୍ଧିର ମୂଳହିଁ କଠିନ ପରିଶ୍ରମ

12. କବିତୁଣ୍ଡ, ମେଣ୍ଢାମୁଣ୍ଡ - 
ଦୃଢ଼ବଚନ ବା ଆର୍ଷବଚନ

13. କଂସାରି ଘର ପାରାକୁ କୁଲା ଢାଉଁ ଢାଉଁ - ପ୍ରକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା

14. କହି ଦେଉଥାଏ ପରକୁ/
ବୁଦ୍ଧି ନଆସଇ ଘରକୁ - 
ଅନ୍ୟକୁ ଉପଦେଶଦେବା ସହଜ କିନ୍ତୁ ନିଜ ବେଳକୁ
କଷ୍ଟକର

15. କଙ୍କଡ଼ାକୁ ଗୋଳିପାଣି ସୁହାଏ - 
ଅସାଧୁ ଲୋକପାଇଁ ଗୋଳମାଳିଆ ପରିସ୍ଥିତ
ସହାୟକ ହୁଏ

16. କଳାକୁ ଧଳା, ଧଳାକୁ କଳାକରିବା
(ଏ ପରିଗଛ ସେପାରିକି କରିବା) - 
ମିଛକୁ ସତ, ସତକୁ ମିଛ କରିବା
(ମିଛ ସତକୁ ବଦଳାଇଦେବା)

17. କଅଁଳ ଲୁହାକୁ ବିଲେଇ କାମୁଡେ - 
ସରଳ ଲୋକକୁ ସମସ୍ତେ ହଇରାଣ କରନ୍ତି

18. କାଲ ଆଗରେ ସୂଳାଚୋବାଇବା - 
ଯେ କିଛି ବୁଝେନାହିଁ ତା ଆଗରେ ତତ୍ତ୍ୱ ବଖାଣିବା

19. କାଉଁରିଆକାଠି ଭାଙ୍ଗିବା ସିନା ନଇଁବ ନାହିଁ/
ସଜନା ଭାଙ୍ଗିଯିବ ପଛେ ନଇଁବ ନାହିଁ - 
ଅତ୍ୟନ୍ତ ସ୍ୱାଭିମାନୀର ଲକ୍ଷଣ

20. କାଣୀ ବିରାଡି କୁଜି ଅସରପା ଉପରେ ରଜା - 
ଅଧିକ ଦୁର୍ବଳ ଉପରେ ପ୍ରଭୁତ୍ୱ ଦେଖାଇବା

21. କାଲଠାର କାଲ ମା ଜାଣେ - 
ନିକଟତମ ବ୍ୟକ୍ତି ଅନ୍ୟର ଇଙ୍ଗିତ ବୁଝିବା

22. କାହାର ପୁଷମାସ, କାହାର ସର୍ବନାଶ - 
ଜଣଙ୍କର ଲାଭବେଳେ ଅନ୍ୟଜଣଙ୍କର କ୍ଷତି

23. କୁକୁର ଲାଙ୍ଗୁଡ଼ ବାରବରଷରେ ସଳଖେନାହିଁ - 
ପ୍ରକୃତି କେବେ ବଦଳେ ନାହିଁ

24. କୂପ ମଣ୍ଡୂକ - 
ସଙ୍କୁଚିତ ପରିବେଶରେ ବଢିଥିବା ବ୍ୟକ୍ତି

25. କେଉଁ ଗାଈର ଗୋବର - 
ଅତିସାମାନ୍ୟ/ତୁଚ୍ଛ

26. କୋପେବର ନହେଲେ ତପେ ବର/
ବାପର ଖାଇ କକାର ଋଣ ଶୁଝିବା - 
ଜଣଙ୍କଠାରୁ ସାହାଯ୍ୟ ପାଇବା ଓ ଅନ୍ୟର କାମ କରିବା

27. ଖଜୁରି ଗଛର କି ଗୁଣଗାଇବି
ମୂଳରୁ ପାହାଚ ପାହାଚ - 
କୌଣସି ଖରାପ ଲୋକର ବିଭିନ୍ନ କୁକର୍ମକୁ ଲକ୍ଷ୍ୟକରି କୁହାଯାଏ

28. ଖଣ୍ଡାଧାରରେ ଚାଲିବା - 
ଖୁବ୍ ସତର୍କତାର ସହିତ ନିୟମମାନି କାମ କରିବା

29. ଖାଇବା ପତରେ ଧୂଳିଦେବା - 
ଜୀବିକାରେ ବାଧାଦେବା

30. ଖୋଳପର୍ବତ ମାର ମୂଷା - 
ସାମାନ୍ୟ କାମ ପାଇଁ ବହୁଶ୍ରମ ଓ ଚେଷ୍ଟା


Click Here to Read
Odia Lokabani - ଓଡ଼ିଆ ଲୋକବାଣୀ #Part1



Credit: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ

Comments

Popular posts from this blog

Odia Lokabani - ଓଡ଼ିଆ ଲୋକବାଣୀ #Part 1

ଲୋ କ ବା ଣୀ ପ୍ରଥମ ଅଧ୍ୟାୟ - PART I ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ -   ଅଣ୍ଟିଛୁରୀ ତଣ୍ଟିକାଟେ  - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ ' ଲୋକବାଣୀ ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।

Interesting facts about ODISHA in Odia language #1

ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦା ମୁଖ୍ୟତଃ ଓଡ଼ିଆ ରେ କଥାବାର୍ତା ହୋଇଥାନ୍ତି। ଅନେକ କୌତୁକିଆ ଖବର ଓଡିଶା ବିଷୟରେ ପୃଥିବୀର ଅନେକ ସ୍ଥାନରେ ବାହାରି ଥାଏ। ସେହିପରି କିଛି ମଜାଦାର ସୁଚନା ଆପଣ ଏଠାରେ ଜାଣିବାକୁ ପାଇବେ। ବିଡ଼ିଓ ଟି ଭଲ ଲାଗିଲେ, ଆପଣଙ୍କ ସାଙ୍ଗ ମାନଙ୍କ ସହ share କରିବାକୁ ଭୁଲିବେନି। ଧନ୍ୟବାଦ।